Wednesday 10 June 2020

କିଛି ସତ କିଛି ମିଛ

ସକାଳର ପହିଲି କିରଣ ସିଧାସଳଖ ଆସି ମୋ ମୁହଁରେ ପଡି, ମୋ ନିଦଟା ବିଗାଡି ଦେଲା। ମୁଁ ଟେବୁଲ ଘଣ୍ଟାକୁ ନିରେଖି ଦେଖିଲି, " ଏ କଣ!!! ୮ ଟା ବି ହୋଇନି, ସେୟା ମୁଁ ଭାବୁଛି ଆଲାରମ୍ କଣ ପାଇଁ ବାଜୁନି? ସମୟ ଜମାରୁ ୭ ଟା ଅଧେ,ଯାଉଚି ଆଉ ଟିକେ ସ୍ବପ୍ନକୁ ଉପଭୋଗ କରିନେବି।" ଏତିକି ଭାବି ମୁଁ ପୁଣି ଭାବନା ରାଇଜକୁ ପ୍ରତ୍ୟାବର୍ତ୍ତନ କରିଗଲି। 
ସ୍ଵପ୍ନରେ ହଜିଗଲି, 
*********************************************
ମୁଁ କପଡା ଧୋଉଚି, ମୋ ବେଡ଼ସିଟ୍ ଯେତେ ବେଳେ ୱାସିଂ ମେସିନରୁ କାଢ଼ିଲି, ସେଇଟା ହଟ୍ ଏୟାର ବେଲୁନ ଭଳି ଆକାଶକୁ ଉଠି ଗଲା। ବହୁତ୍ ଜୋର୍ ଦେଇ ଟାଣି ଧରିଲି। ହେଲେ କିଛି ସମୟ ପରେ, ମୋ ପାଦ ବହୁତ୍ ହାଲୁକା ଅନୁଭବ କରିବାକୁ ଲାଗିଲା। ପାଦ ଆଡକୁ ଦେଖେ ତ, ମୋତେ ମୋ ବେଡସିଟ୍ ଉଡ଼ାଇ ନେବାରେ ସଫଳ ହୋଇଛି। ମୁଁ ଆହୁରି ଉପରକୁ ଉଡି ଚାଲିଲି।

*********************************************
ହଠାତ୍ ନିଦଟା ଭାଙ୍ଗି ଗଲା। ବହୁତ ସୁରକ୍ଷିତ ଅନୁଭବ କଲି। ଆଜି ସ୍ଵପ୍ନଟା ରୋମାଞ୍ଚକର ହେଲେ ବି ବିପଦ ପୂର୍ଣ୍ଣ ଥିଲା। ଚାହିଁ ଦେଖେ ତ, ସବୁ ଉଠି ଗଲେଣି ।ଆମେ ସେତେବେଳେ ନୂଆ ନୂଆ ବାଙ୍ଗାଲୋର ଯାଇଥାଉ, ଚାକିରୀ ଖୋଜିବା ପାଇଁ। ରହିଥିଲୁ ଗୋଟିଏ ଲେଡିଜ ପିଜିରେ । ପାଞ୍ଚ ମହଲା କୋଠା, ଛାତ ଉପରକୁ ଗଲେ ବହୁତ ଦୂର ଦେଖାଯାଏ । ମୁଁ ସବୁବେଳେ ଛାତକୁ କପଡ଼ା ସୁଖାଇ ଯାଏ। ଏମିତି କିଛିଦିନ ଗଲା ପରେ ଦେଖିଲି, ଦୁଇଟା ଛାତ ଛାଡ଼ି ଗୋଟେ ପିଲା ମୋତେ ଦେଖିବା ପାଇଁ, ସମାନ ଟାଇମରେ ସେ ଛାତକୁ ଆସୁଛି। କେବେ କଥା ପଦେ ଅଧେ ହୋଇ ନୁ, ହେଲେ ଚଳଚିତ୍ରରେ ଦେଖେଇଲା ପରି, ଯେବେ ମୁଁ ତାକୁ ଦେଖେ ଗୋଟିଏ ବ୍ୟାକ୍ ଗ୍ରାଉଣ୍ତ ମ୍ୟୁଜିକ୍ ବାଜି ଉଠେ ମୋ ମନ ଭିତରେ..... "ଆଖୋ ହିଁ ଆଖୋମେ ଇସାରା ହୋଗାୟା.....", ସିନେମା ପ୍ରେମୀ ହୃଦୟ, କାହିଁ କେଜାଣି ମୋତେ ବି ଇଚ୍ଛା ହେଲା, ଆମ ସୀମା ପରି ବ୍ୟାୟମ୍ କରିବି। ସୀମା ମୋ ସାଙ୍ଗ, ସାଇଡ ରୁମରେ ରହେ । ରୂପରେ କଣ କହିବି, ରମ୍ଭା ମେନକା ବି ଏମିତି ଦିଶୁଥିଲେ ବୋଧ ହୁଏ । ମୁଁ ବହୁତ ଅଳସୁଆ, ହେଲେ ସେ ପିଲାଟି ପାଇଁ ... | ବ୍ୟାକ୍ ଗ୍ରାଉଣ୍ଡ ଗୀତଟି " ସଜନା ହେ ମୁଝେ ସଜନାକେଲିଏ...." ବୁଝି ପାରୁଥିବେ । ସକାଳୁ ଉଠି ସପ ଧରି ଚାଲିଲି ଛାତକୁ , ହେଲେ ସେ ଦିନ ଯୋଗ କରିନି। ସିଡି ଘରେ ଠିଆହୋଇ ସ୍ତବ୍ଧ ହୋଇ ରହିଲି, ସେଇ ପିଲା ସୀମାକୁ ବି ସେମିତି ଅପଲକ ନୟନରେ ଚାହିଁ ରହିଥିଲା। ମୁଁ ତାଙ୍କ ଭିତରେ "କବାବ୍ 6ମ ହଡି" ନ ହୋଇ ଚାଲି ଆସିଲି। ମନଟା ଭାରି ଖଟକା ଲାଗୁ ଥାଏ । ହେଲେ ଏଇତ ଜୀବନ କିଛି ସତ କିଛି ମିଛ । ପହିଲି ପ୍ରେମର ପହିଲି ଅନୁଭବ, ଯେତେ ରୋମାଂଚକ ସେତେ ବିପଦ ପୂର୍ଣ୍ଣ ମଧ୍ୟ। ମୁଁ ଅଳ୍ପକେ ବର୍ତ୍ତି ଗଲି କହିଲେ ଅତ୍ୟୁକ୍ତି ହେବନାହିଁ।

Search This Blog

କିଛି ସତ କିଛି ମିଛ

ସକାଳର ପହିଲି କିରଣ ସିଧାସଳଖ ଆସି ମୋ ମୁହଁରେ ପଡି, ମୋ ନିଦଟା ବିଗାଡି ଦେଲା। ମୁଁ ଟେବୁଲ ଘଣ୍ଟାକୁ ନିରେଖି ଦେଖିଲି, " ଏ କଣ!!! ୮ ଟା ବି ହୋଇନି, ସେୟା ମୁଁ ...